Site icon ଆଜିକାଲି

ଠିକା ସଂସ୍ଥାର ଜେସିବି-ଟ୍ରାକ୍ଟର ଜାଳିଦେଲେ ମାଓବାଦୀ

ବାଲିଗୁଡା : କନ୍ଧମାଳରେ ଦେଖିବାକୁ ମିଳିଛି ମାଓ ବର୍ବର କାଣ୍ଡ । ରକ୍ତ ମୁଖା ଲାଲବାହିନୀ । ଗତ ସୋମବାର ପୋଲିସ ଇନଫର୍ମର ସନ୍ଦେହରେ ବାଲିଗୁଡା ଥାନା ଟିକରବାଜୁ ଗ୍ରାମର ନୀଳକଣ୍ଠ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସନ୍ଧ୍ୟାରେ ଜାର୍ଗୀ ନିକଟରେ ଠିକା ସଂସ୍ଥା କରୁଥିବା ରାସ୍ତା କାମକୁ ବିରୋଧ କରିଛନ୍ତି । ଫଳରେ ଗୋଟିଏ ଜେସିବି ଏବଂ ଗୋଟିଏ ଟ୍ରାକ୍ଟର ପୋଡି ଦେଇଛନ୍ତି । ସନ୍ଧ୍ୟା ପ୍ରାୟ ୬ଟା ତିରିଶି ମିନିଟ ବେଳେ ଠିକା ସଂସ୍ଥାର କର୍ମଚାରୀଙ୍କୁ ବାହାରି ଯିବାକୁ କହି ପୋଡାଜଳା କରିଛନ୍ତି ।

ଏହାସହ ଘଟଣାସ୍ଥଳରେ ଛାଡି ଚାଲିଯାଇଛନ୍ତି ପୋଷ୍ଟର । ସେଥିରେ ଅନ୍ୟ ପୋଲିସ ଇନଫର୍ମର ମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି । ସୁଡ୍ରା ଗାଁର ଠିକାଦାର, ପଟାଙ୍ଗୀ ଗାଁ ମୁଖିଆଙ୍କ ସହ ବିଭିନ୍ନ ଗାଁର ଲୋକମାନଙ୍କୁ ପୋଲିସ ସୂଚନାଦାତା ଭାବେ କାମ କରୁଛି । ଏହାକୁ ବିରୋଧ କରି ପୋଷ୍ଟର ବ୍ୟାନର ମାଧ୍ୟମରେ ଚେତାବନୀ ଦେଇଛନ୍ତି ମାଓବାଦୀ । ଖୁବ ଶୀଘ୍ର ପୋଲିସର ସୂଚନା ଦାତା କାମ ଛାଡ଼ିଦେବାକୁ ଦିଆଯାଇଛି ସତର୍କବାଣୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ କେକେବିଏନ ଡିଭିଜନ ପୋଲିସ ଇନଫର୍ମର ହତ୍ୟା କରିଥିବା ଉଲ୍ଲେଖ ରହିଛି । ତେବେ ଏହି ପୋଷ୍ଟର ଲଗାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Exit mobile version