Site icon ଆଜିକାଲି

ନବୀନ ସରକାର ଅଣସଙ୍ଗଠିତ ଶ୍ରମିକ ଙ୍କୁ ସାମାଜିକ ସୁରକ୍ଷା ଦେବାରେ ହୋଇଛନ୍ତି ବିଫଳ

ଶ୍ରମିକ କଲ୍ୟାଣ ବୋର୍ଡ ଗଠନ ସହ ପରିଶ୍ରମିକ ବୃଦ୍ଧି ଘୋଷଣା ନିର୍ବାଚନୀ ଧୂଆଁବାଣ

ବାଲେଶ୍ଵର : ରାଜ୍ୟର ନବୀନ ସରକାର ଅଣ ସଙ୍ଗଠିତ ଶ୍ରମିକ ଓ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି.. ଆଜି ବାଲେଶ୍ଵର ଜିଲ୍ଲା କଂଗ୍ରେସ ଭବନ ରେ ଆୟୋଜିତ ଖବରଦାତା ସମ୍ମିଳନୀ ରେ ରାଜ୍ୟ ଅଣ ସଙ୍ଗଠିତ ଶ୍ରମିକ କର୍ମଚାରୀ କଂଗ୍ରେସ ର ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ଏଭଳି ଅଭିଯୋଗ କରିଛନ୍ତି। ଅନ୍ୟ ରାଜ୍ୟ ର ସରକାର ଅଣ ସଙ୍ଗଠିତ ଶ୍ରମିକ ଙ୍କ କଲ୍ୟାଣ ପାଇଁ କଲ୍ୟାଣ ବୋର୍ଡ ଗଠନ କରିଥିଲା ବେଳେ ନବୀନ ସରକାର କଲ୍ୟାଣ ବୋର୍ଡ ଗଠନ କରିବାରେ ଜାଣି ଶୁଣି କାଳ କ୍ଷେପଣ ନୀତି ଅଵଲମ୍ବନ କରୁଛନ୍ତି.। ନିର୍ବାଚନ ଋତୁ ଆସିବା ବେଳେ ତରବରିଆ ଭାବେ ସରକାର ଅଣ କୁଶଳୀ ଶ୍ରମିକ ମଜୁରୀ ୪୫୦ଟଙ୍କା କୁ ବୃଦ୍ଧି କରିଛନ୍ତି ଯାହା ଶିଳ୍ପପତି ମାନଙ୍କୁ ସୁହାଇବ। ମାତ୍ର ଅଣ ସଂଗଠିତ ଶ୍ରମିକ ମାନଙ୍କ ମଜୁରୀ ବୃଦ୍ଧି ଘୋଷଣା ସରକାର କଲେ ନାହିଁ। ବାଲେଶ୍ଵର ଜିଲ୍ଲା ରେ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ହଜାର ହଜାର କ୍ଷୁଦ୍ର ଓ ମାଧ୍ୟମ ଧରଣ ଶିଳ୍ପ ପ୍ରତିଷ୍ଠା ହୋଇଥିଲା ବେଳେ ବିଗତ ଚବିଶ ବର୍ଷ ମଧ୍ୟରେ ଜିଲ୍ଲା ରେ ଗୋଟିଏ ଛୁଞ୍ଚି କାରଖାନା ଟିଏ ମଧ୍ୟ ପ୍ରତିଷ୍ଠା ହୋଇପାରିନାହିଁ. ଫଳରେ ହଜାର ହଜାର ଶିଳ୍ପ ରେ ଆଜି ତାଲା ଝୁଲୁଛି ଓ ଲକ୍ଷାଧିକ ଶ୍ରମିକ ଚାକିରୀ ହରାଇ ଓଡିଶା ବାହାରକୁ ଯାଇ ଚାକିରୀ କରୁଛନ୍ତି। ଅଣ ସଙ୍ଗ ଠିତ ଶ୍ରମିକ ଙ୍କ ମଜୁରୀ ସାତ ସାତ ଶହ ଟଙ୍କା ଓ କର୍ମଚାରୀଙ୍କ ଦରମା ୨୪,୦୦୦ ଧାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି। କଂଗ୍ରେସ ଦଳ ର ନିର୍ବାଚନୀ ଇସ୍ତାହାର ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରି ଶ୍ରୀ ମହାନ୍ତି ନିର୍ମାଣ ଶ୍ରମିକ ଆଇନ- ୧୯୯୬ କଂଗ୍ରେସ ସରକାର ପ୍ରଣୟନ କରିଥିବା ବେଳେ ବର୍ତ୍ତମାନ ର ସରକାର ଏ ଦିଗରେ ଆଦୌ ଧ୍ୟାନ ଦେଇନଥିବା କହିଛନ୍ତି। ତେତିଶ ଲକ୍ଷ ଶ୍ରମିକ ଏହି ଯୋଜନା ରେ ନାମ ପଞ୍ଜିକୃତ କରିଥିଲେ ହେଁ ସେମାନଙ୍କୁ ସଠିକ ସମୟ ରେ ଆଇନ ଗତ ସହାୟତା ମିଳିପାରୁନାହିଁ। କେନ୍ଦ୍ର ରେ ଇଣ୍ଡିଆ ମେଣ୍ଟ ଓ ରାଜ୍ୟରେ କଂଗ୍ରେସ କ୍ଷମତା କୁ ଫେରିଲେ ସରକାର ସବୁ ବର୍ଗ ର ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବ ବୋଲି ଶ୍ରୀ ମହାନ୍ତି କହିଥିଲେ। ଖବର ଦାତା ସମ୍ମିଳନୀ ରେ ଜିଲ୍ଲା ଗଣ ମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ବିକାଶ ଦାସ ଅଧ୍ୟକ୍ଷତା କରି ଥିବା ବେଳେ ରାଜ୍ୟ ଉପାଧକ୍ଷା ଜ୍ୟୋତ୍ସ୍ନା ସେନାପତି, ମୟୁରଭଞ୍ଜ ଜିଲ୍ଲା କେକେସି ଅଧ୍ୟକ୍ଷ ମନୋରଞ୍ଜନ ଜେନା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ଓ ଜିଲ୍ଲା ସାମାଜିକ ଗଣ ମାଧ୍ୟମ ଜିଲ୍ଲା ଅଧ୍ୟକ୍ଷ ନବ ପ୍ରସାଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ

Exit mobile version