Site icon ଆଜିକାଲି

ପଥରରେ ଛେଚି ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା

ରାଉରକେଲା: ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କଲା ପୁତୁରା । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ସୋଲ ପଞ୍ଚାୟତର ଅସୁରଖୋଲ ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ଜଣେ ପୁତୁରା ତାଙ୍କ ନିଜ ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କରିଛି । ପୁତୁରା ରାଜେଶ ମିର୍ଧା ଓ ଖୁଡ଼ୀ ପଦ୍ମା ମିର୍ଧାରଙ୍କ ପୂର୍ବରୁ ବିବାଦ ଥିଲା। ପାଖରେ ଥିବା ନାଳକୁ ପଦ୍ମା ଗାଧୋଇଇବାକୁ ଯାଇଥିବାବେଳେ ପୁତୁରା ଏହାର ସୁଯୋଗ ନେଇ ନାଳ ପାଖରେ ପହଞ୍ଚି ପ୍ରଥମେ ଏକ ବାଡ଼ିରେ ପିଟିଥିଲେ । ଏହା ପରେ ପଦ୍ମା ଗୁରୁତର ହୋଇ ପଡ଼ିଯାଇଥିଲେ । ପରେ ପଥର ଛେଚି ତାଙ୍କୁ ହତ୍ୟା କରିଥିଲା ରାଜେଶ। ରାଜେଶ ପୂର୍ବରୁ ବିଭିନ୍ନ ଅପରାଧରେ ସଶ୍ଳିଷ୍ଟ ଥିବା ଏବଂ ତାର ସ୍ତ୍ରୀ ତାକୁ ଛାଡ଼ି ଚାଲି ଯାଇଥିବା ପୁଲିସ ସୂଚନା ଦେଇଛି । ଗୁରୁଣ୍ଡିଆ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୁତୁରାକୁ ଗିରଫ କରି ତଦନ୍ତ ଚଳାଇଛି।

Exit mobile version