Site icon ଆଜିକାଲି

କାଲି ଶପଥ ନେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ନୂଆ ମୁଖ୍ୟ ବିଚାରପତି

କଟକ : ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ଗ୍ରହଣ କରିବେ। ଓଡ଼ିଶା ହାଇକୋର୍ଟ ପରିସରରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଜଷ୍ଟିସ ତଲାପତ୍ରଙ୍କୁ ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇବେ। ପଦାସୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ମୁରଲୀଧରଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି।

ଜଷ୍ଟିସ ତାଳପତ୍ରଙ୍କ ମୁଖ୍ୟ ବିଚାରପତି ନିଯୁକ୍ତ ସଂକ୍ରାନ୍ତ ବିଜ୍ଞପ୍ତି ଗତମାସ ୧୯ ତାରିଖରେ ପ୍ରକାଶ ପାଇଥିଲା । ସୁପ୍ରିମକୋର୍ଟ କଲେଜିୟମ ମୁଖ୍ୟ ବିଚାରପତି ଭାବେ ତାଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଜଷ୍ଟିସ ତାଳପତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Exit mobile version