Site icon ଆଜିକାଲି

ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ରବିବାର ସୁଦ୍ଧା ହଜାରେ ପାର୍‌ କରିଛି ରୋଗୀଙ୍କ ସଂଖ୍ୟା ।

ଗତବର୍ଷ ଏହି ସମୟରେ ୬୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଚଳିତବର୍ଷ ରୋଗୀଙ୍କ ସଂଖ୍ୟା ବଢି ୧୦୭୬ରେ ପହଞ୍ଚିଛି । ଖୋର୍ଦ୍ଧାରେ ସର୍ବାଧିକ ୨୯୦, ସୁନ୍ଦରଗଡରେ ୨୧୦ ଚିହ୍ନଟ ହୋଇଥିବା ବେଳେ ଗତକାଲି ୨୦୯ ଜଣଙ୍କ ମଧ୍ୟରୁ ୧୯ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି ।

Exit mobile version