Site icon ଆଜିକାଲି

ଟ୍ରଲରକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍‌, ୩ ଆହତ

କେନ୍ଦୁଝର : କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ ପୁତୁଲୁପାଣି ନିକଟରେ ସଡ଼କ ଦୁର୍ଘଟଣା । ଛିଡ଼ା ହୋଇଥିବା ଟ୍ରଲରକୁ ପଛରୁ ପିଟିଲା ବସ୍‌ । ଦୁର୍ଘଟଣାରେ ୩ ଆହତ । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ସାଇବାବା ନାମକ ଏକ ଯାତ୍ରୀବାହୀ ବସ୍‌ ୪୦ରୁ ଅଧିକ ଯାତ୍ରୀ ନେଇ ଅନୁଗୁଳରୁ ଟାଟା ଅଭିମୁଖେ ଯାଉଥିଲା । ଶନିବାର ବିଳମ୍ବିତ ରାତିରେ ପୁତୁଲୁପାଣି ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୩ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Exit mobile version