Site icon ଆଜିକାଲି

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୨୦ ଆହତ

ବସ୍ତା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ବାଲେଶ୍ୱର ଜିଲା ହଳଦିପଦା ବାଇପାସ ନିକଟରେ କଲିକତାରୁ ରାଜକନିକା ଭାୟା ଚାନ୍ଦବାଲି ଦେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ରକ୍ଷା ପାଇଲେ ୫୦ରୁ ଅଧିକ ଯାତ୍ରୀ। ବସ୍‌ ଚାଳକ ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବରପାଇ ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଯେ, ପଶ୍ଚିମବଙ୍ଗ କଲିକତାରୁ ଚାନ୍ଦବାଲି ରାଜକନିକା ଅଭିମୁଖେ ଯାଉଥିବା ଜଗାକାଳିଆ ନାମକ ଯାତ୍ରୀବାହୀ ବସ ( ନଂ.ଓଡି୨୨ଇ-୭୩୮୩) ହଲଦିପଦା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ୍ରେନରେ ଓଲଟି ପଡିଛି । ରାତି ପ୍ରାୟ ୩ଟା ୫୦ ମିନିଟ ସମୟରେ ଡ୍ରାଇଭରର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗାଡ଼ିରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବା ବେଳେ ୨୦ରୁ ଅଧିକ ଲୋକ ସାମାନ୍ୟ ଆହତ ହେଇଛନ୍ତି । କିଛି ଯାତ୍ରୀ ଅନ୍ୟ ବସରେ ଘରକୁ ପଳେଇଯାଇଥିବ ବେଳେ ଆଉ କିଛି ଯାତ୍ରୀ ବସ୍ ପାଖରେ ବସିଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Exit mobile version