Site icon ଆଜିକାଲି

କଳାହାଣ୍ଡି ଜିଲା ଉତକେଲାକୁ ଉଡ଼ିଲା ବିମାନ

ଭୁବନେଶ୍ୱର : କଳାହାଣ୍ଡି ଜିଲା ଉତକେଲାରୁ ଉଡ଼ିଲା ବିମାନ । ଉତକେଲାକୁ ବିମାନସେବାର ଆଜି ଶୁଭାରମ୍ଭ ହେବା ସହ କଳାହାଣ୍ଡି ବିକାଶରେ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ । ଭୁବନେଶ୍ବରରୁ ଭିସି ଜରିଆରେ ପତାକା ଦେଖାଇ ବିମାନ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆଦିଲ୍ଲୀରୁ ଭିସି ଜରିଆରେ ବିମାନ ଉଡାଣର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ୱାନ୍ ଫ୍ଲାଇଟ୍ ଉତକେଲାରୁ ଉଡ଼ାଣ ଭରିଛି । ଭୁବନେଶ୍ୱର -ଉତକେଲା-ଭୁବନେଶ୍ୱର ସପ୍ତାହକୁ ଦୁଇ ଦିନ ମିଳିବ ବିମାନ ସେବା ।

Exit mobile version