Site icon ଆଜିକାଲି

ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ


ଭୁବନେଶ୍ୱର : ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଧର୍ମେନ୍ଦ୍ରଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ଅଛି।

ଶନିବାର ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନ ବାଲକୋନିରୁ ମିଳିଥିଲା । ତେବେ ମୃତ୍ୟୁର ପଛର କାରଣ ଏନେଇ ସ୍ପଷ୍ଟ ହୋଇନି । ମୃତ୍ୟୁର କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର ପୋଷ୍ଟ କରିଥିବା ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସେ ବିଚଳିତ ଥିବା ଜଣାପଡୁଥିଲା। ମାତ୍ର ସେହି ଭିଡିଓରୁ ସେ ଆତ୍ମହତ୍ୟା ପରି ନିଷ୍ପତ୍ତି ନେବେ ବୋଲି କୌଣସି ଆଭାସ ଦେଇନଥିଲେ। ତେବେ ସେ ରାଜନୈତିକ ନା ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

Exit mobile version