ନୂଆଦିଲ୍ଲୀ : ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ସମାବେଶକୁ କରିବେ ସମ୍ବୋଧନ । ସାମିଲ ହେବେ ହଜାର ହଜାର ହିତାଧିକାରୀ । କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସ୍ଥାନୀୟ ସ୍ତରର ପ୍ରତିନିଧୀ ।
ଗତବର୍ଷ ୧୫ ନଭେମ୍ବରରେ ଏହାର ଶୁଭାରମ୍ଭ ପରଠାରୁ ସାରା ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକର ଲାଭ ସମସ୍ତ ଧାର୍ଯ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାବା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୧୫ କୋଟି ଅତିକ୍ରମ କରିସାରିଛି ।