Site icon ଆଜିକାଲି

ଫେବ୍ରୁଆରିରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଫେବ୍ରୁଆରିରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଫେବ୍ରୁଆରି ୩ ପରେ ୧୦ରେ ପୁଣି ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଭୁବନେଶ୍ବରରେ ବିଶାଳ ମହିଳା ସମାବେଶରେ ଯୋଗଦେବେ ।
୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା ଏକାଠି ହେବେ।

୩ ତାରିଖରେ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ । ପରେ ଝାରସୁଗୁଡାରେ ଏକ ପାୱାର ପ୍ଲାଣ୍ଟ ଓ ରେଳବାଇର କିଛି ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ଅନ୍ୟ କିଛି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ପରେ ଦଳର ଅନ୍ୟ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି ।

Exit mobile version