Site icon ଆଜିକାଲି

ବାହାନଗା ଟ୍ରେନ୍‌ ଟ୍ରାଜେଡି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲା ରେଳ ବିଭାଗ

ଭୁବନେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଟ୍ରାଜେଡି ଘଟଣା । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲା ରେଳ ବିଭାଗ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପକ୍ଷରୁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଏବେ ସୁଦ୍ଧା ଏହି ଛାତିଥର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୯୦୦ ପାର୍‌ ହୋଇଛି । ସେହିପରି ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ ଏବଂ ଓଡ୍ରାଫ୍‌ ଟିମ୍‌ଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶନିବାର ସକାଳୁ ସେନାର ଟିମ୍‌ ମଧ୍ୟ ପହଞ୍ଚିଛି । ଶୁକ୍ରବାର ଦିନ ଉଦ୍ଧାର କାର୍ଯ୍ୟ ସେନାର ସହଯୋଗ ନିଆଯିବ ବୋଲି ରେଳ ମନ୍ତ୍ରୀ ଘୋଷଣା କରିଥିଲେ । ଶୁକ୍ରବାର ସଂଧ୍ୟା ସମୟରେ ଏହି ଦୁର୍ଘଟଣାରେ ପରେ ପ୍ରଥମେ ପ୍ରାଥମିକତା ହିସାବରେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କଟକ କିମ୍ବା ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି । କଟକ ବଡ଼ ମେଡିକାଲରେ ଲଗାତର ଭାବେ ଆହତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Exit mobile version