Site icon ଆଜିକାଲି

ମାଈ ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ନର୍ଥର ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ବାଲିଆଢିପା ଗ୍ରାମ ନିକଟ ଚାଷ ଜମି ପାଖରେ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି । ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚିଛି । ହାତୀଟି କିପରି ମଲା ଏବଂ କେତେ ସମୟ ଧରି ସେଠାରେ ପଡ଼ି ରହିଛି ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

Exit mobile version