Site icon ଆଜିକାଲି

ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଦୁଇ ଦିନ ରାଜ୍ୟ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଆଜି ସକାଳେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ । ସେହିପରି ଆସନ୍ତା ୬ଘଣ୍ଟା ଭିତରେ ଗଭୀର ଅବପାତ ରୂପ ନେବ । ସନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ଦେଇ ଗତି କରିବ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡିଶା ଦେଇ ଯିବ । ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଗତି କରି ଦୁର୍ବଳ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି ।

କେବଳ ଓଡିଶାରେ ନୁହେଁ ଛତିଶଗଡରେ ମଧ୍ୟ ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଛତିଶଗଡ ଉପରମୁଣ୍ଡରେ ରହିଛି । ତେଣୁ ପୁଣିଥରେ ତଳମୁଣ୍ଡରେ ଥିବା ଓଡିଶାକୁ ପାଣି ଆସିଲେ ନଦୀରେ ଜଳସ୍ତର ବଢିବ । ଗୋଟିଏ ପଟେ ବିଭିନ୍ନ ନଦୀରେ ଜଳସ୍ତର କମିଆସୁଥିଲା । ଏହି ସମୟରେ ବର୍ଷା ହେବା ସାଧାରଣ ଲୋକଙ୍କ ସମେତ ବନ୍ୟା ବିପନ୍ନାଙ୍କ ଚିନ୍ତା ବଢାଇଛି ।

Exit mobile version