Site icon ଆଜିକାଲି

କ୍ୱାକଙ୍କୁ ଖଣ୍ଡାରେ ହାଣି ଜଙ୍ଗଲକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ଦାମୋଦରଗୌଣି ଗାଁରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଜଙ୍ଗଲକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଯୁବକ ଜନଙ୍କରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଯେ, ଗତ ବୁଧବାର ଡିମିରିଆ ଗାଁର କାର୍ତ୍ତିକ ମହାନ୍ତ ଦାମୋଦରଗୌଣି ଗାଁକୁ କ୍ୱାକ କାମ କରିବାକୁ ଯାଇଥିଲେ । କ୍ୱାକ୍ କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ତେବେ କିଛି ଦୁର୍ବୃତ୍ତ ତାଙ୍କୁ ବିଭତ୍ସ ଭାଵେ ଖଣ୍ଡାରେ ହାଣି ଦାମୋଦର ଗୌଣି ଗାଁ ବେସାରବାଡି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲ ପଠାଇ ଦେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Exit mobile version