Site icon ଆଜିକାଲି

ଏଣିକି ଡେରିରେ ଅଫିସ ଆସିଲେ କଟିବ ବିଏମସି କର୍ମଚାରୀଙ୍କ ଦରମା

ଭୁବନେଶ୍ୱର : ଡେରିରେ ଅଫିସ୍ ଆସିଲେ ଦରମା କଟିବ । ଭୁବନେଶ୍ୱର ମହାନଗର ନିଗମ ନିଜ କର୍ମଚାରୀଙ୍କ ପାଇଁ ଏହି ନିଷ୍ପତ୍ତି ନେଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ବିଏମସି ଶନିବାର ଏହି ନିଷ୍ପତ୍ତି ନେଇଛି। ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କ ଦରମା କାଟିବାକୁ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।

କର୍ମଚାରୀମାନେ ସକାଳ ୯ଟା ୪୫ରୁ ୧୦ଟା ୧୫ ମଧ୍ୟରେ ଅଫିସରେ ପହଞ୍ଚିବେ। ୧୦ଟା ୩୦ ମିନିଟ୍‌‌ ପରେ ଅଫିସରେ ପହଞ୍ଚିଲେ ସେମାନଙ୍କ ଦରମା କଟାଯିବ। ବିଏମସି ମୁଖ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। ଡିଏଲଆର,ସିଏଲଆର, ଠିକା,ଆଉଟସୋସିଂ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ତଦାରଖ ପାଇଁ ପ୍ରତି ମହଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ମୁତୟନ ରହିବେ। ୫-ଟିର ମୂଳତତ୍ତ୍ୱ ବା ମୌଳିକତା ହେଉଛି ସମୟାନୁବର୍ତ୍ତିତା। ବିଏମସି କର୍ମଚାରୀ ଠିକ୍‌‌ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବେ। ଏନେଇ ବିଏମସି କମିଶନର ବିଜ୍ଞପ୍ତି ଜାରି କରିଛନ୍ତି।

Exit mobile version