Site icon ଆଜିକାଲି

ଭିଜିଲାନ୍ସ ଜାଲରେ ଫସିଲେ ଇଏସ ଆଇ ଡିସପେନସାରୀର ବରିଷ୍ଠ କିରାଣୀ

ରାଉରକେଲା -ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ଇଏସଆଇ ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ | ବିଶ୍ୱନାଥ ସିଂହ ନାମକ ଜଣେ ଗ୍ୟାସ ଚୁଲା ମେକାନିକଙ୍କ ଫାଇଲ ପାସ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଅଭିରାମଙ୍କୁ ଧରିଥିଲା ଭିଜିଲାନ୍ସ ଟିମ | ତାଙ୍କ ନିକଟରୁ ଭିଜିଲାନ୍ସ ଟିମ ଲାଞ୍ଚ ଟଙ୍କା ଜବତ କରିଛନ୍ତି l ଏହାପରେ ତାଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

ବିଶ୍ୱନାଥ ୨୦୨୦ ମେ ମାସରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ | ତାଙ୍କୁ ପ୍ରଥମେ ଇଏସଆଇ ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା । ସୁସ୍ଥ ହୋଇ ଫେରିବା ପରେ ଚିକିତ୍ସା ଖର୍ଚ୍ଚ ପ୍ରାୟ ଲକ୍ଷେ ଟଙ୍କା ଫେରି ପାଇବାକୁ ରାଉରକେଲା ଆଇଟିଆଇ ନିକଟସ୍ଥ ଇଏସଆଇ ଡିସପେନସରୀରେ ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଦେଖା କରିଥିଲେ | ଆବଶ୍ୟକ କାଗଜପତ୍ର ମଧ୍ୟହ ଦାଖଲ କରିଥିଲେ | କିନ୍ତୁ ଅଭିରାମ ଫାଇଲ ପାସ କରିଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ବିଶ୍ୱନାଥ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ।

Exit mobile version