Site icon ଆଜିକାଲି

ରାଜ୍ୟରେ ସୋମବାରଠୁ ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ । ଆସନ୍ତା ସପ୍ତାହରୁ ସାରା ରାଜ୍ୟରେ ଅଧିକ ଥଣ୍ଡା ବଢିବ । ବିଭିନ୍ନ ସ୍ଥାନରେ ପାରଦ ୪ ଡିଗ୍ରୀ ତଳକୁ ଖସିବା ସହ କେତେକ ସ୍ଥାନରେ ଘନ କୁହୁଡି ପଡିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ ବିଭାଗ ତଥ୍ୟ ଅନୁସାରେ, ପୂର୍ବରୁ ପୂର୍ବାବାୟୁ ପ୍ରଭାବରେ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିଲା । ଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ଅନ୍ୟ ଅଞ୍ଚଳରେ କୋହଲା ପାଗ ରହୁଥିଲା । ଏବେ ମେଘମୁକ୍ତ ଆକାଶ ସହିତ ପୂର୍ବାବାୟୁ ଚଳନ କମିଛି । ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗୁରୁବାର ବୌଦ୍ଧରେ ତାପମାତ୍ରା ସର୍ବନିମ୍ନ ୧୩.୫ ଡିଗ୍ରୀ ତଳେ ରହିଛି । ଦକ୍ଷିଣ ପଶ୍ଚିମ ସଂଲଗ୍ନ ଭାରତ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମାତ୍ର ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନାହିଁ ।

Exit mobile version