Site icon ଆଜିକାଲି

ସୁଧୁରୁଛି ସମ୍ବଲପୁର ସ୍ଥିତି : ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ, କୋହଳ ହେବ କର୍ଫ୍ୟୁ

ସମ୍ବଲପୁର : ସମ୍ବଲପୁର ପରିସ୍ଥିତି ସୁଧୁରିବାରେ ଲାଗିଛି । କିନ୍ତୁ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେବା ଜାରି କରିଛନ୍ତି । ତୃତୀୟ ଥର ପାଇଁ ଇଣ୍ଟରନେଟ ସେବା ବନ୍ଦ ଅବଧି ବୃଦ୍ଧି କରାଯାଇଛି । ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରାଯାଇଥିବା ନେଇ ଜିଲା ପ୍ରଶାସନ ସୂଚନା ଦେଇଛି । ଆସନ୍ତା ବୁଧବାର ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ ବୋଲି କୁହାଯାଇଛି ।

ଏଣେ ସ୍ଥିତି ସୁଧୁରୁଥିବାରୁ କର୍ଫ୍ୟୁକୁ ଆହୁରି କୋହଳ କରାଯାଇଛି । ଆଜି ପାଇଁ ୨ଟି ପର୍ଯ୍ୟାୟରେ ସାଢ଼େ ୮ ଘଣ୍ଟା କୋହଳ ହେବ କର୍ଫ୍ୟୁ । ସକାଳ ୭ଟାରୁ ଅପରାହ୍ଣ ୧ଟା ଏବଂ ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏହି ସମୟରେ ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ ବୋଲି କୁହାଯାଇଛି।

Exit mobile version