Site icon ଆଜିକାଲି

ଆକର୍ଷିତ କରୁଛି ଖୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର କେନ୍ଦୁଝରଗଡ ଶାନ୍ତିର ସହର


କେନ୍ଦୁଝର, ଖୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର କେନ୍ଦୁଝରଗଡ ଶାନ୍ତିର ସହର ପାଇଁ ପ୍ରସଂଶକଙ୍କ ମନ ଜିଣୁଛନ୍ତି ଯୁବ ଫୋଟୋଗ୍ରାଫର ସୌମ୍ୟଜିତ ଦାଶ (ରାଜ) ଓ ତାଙ୍କ ଟିମ ରାଜ ଫୋଟୋଗ୍ରାଫି । ଏହି ଚଳଚିତ୍ରରେ କେନ୍ଦୁଝର ଟାଉନରେ ଥିବା ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ସାନ ଘାଗରା ଜଳପ୍ରପାତ, ତୁଳସୀଚଉରା, ବଳଦେବଜୀଉ ମନ୍ଦିର, ସିଦ୍ଧମଠ, ନେକଡ଼ାଘର, ଘଡଘଡି ମନ୍ଦିର, ବିଶ୍ୱର ବୃହତ୍ତମ ରଥ, ସିରିସପାଳ ଭଳି ସ୍ଥାନକୁ ଏହି ଡ଼କୁମେଣ୍ଟାରୀ ଫିଲ୍ମ ରେ ଖୁବ ସୁନ୍ଦରଭାବେ ଉପସ୍ଥାପନ କରାଯାଇଛି । ଯାହା ଲୋକଙ୍କ ମନ ଜିଣିବାରେ ଲାଗିଛି ।
ଏହି ଫିଲ୍ମ ୧୮ ଏପ୍ରିଲ ୨୦୨୩ ରେ ରାଜ ଫୋଟୋଗ୍ରାଫି ନାମକ ଇଉଟିଉବ୍ ଚେନାଲ୍ ରେ ରିଲିଜ ହୋଇଥିବା ବେଳେ, ହଜାର ହଜାର ଲୋକ ଏହି ଫିଲ୍ମ ଟିକୁ ଦେଖୁଥିବା ଖବର ରହିଛି । ଏଥିରେ ପ୍ରଯୋଜକ ସୌମ୍ୟଜିତ ଦାଶ (ରାଜ୍) ରହିଥିବା ବେଳେ ନିର୍ଦେଶକ ଭାବରେ ରାଜ୍ ଓ ବଣ୍ଟି ରହିଛନ୍ତି, ସିନେମେଟ ଗ୍ରାଫର ଶ୍ରୀଧର ଜେନା, ସହ ସିନେମେଟ ଗ୍ରାଫର ରୂପେ ନିରଞ୍ଜନ ରାଉତ, ଡ୍ରନ୍ ନିତିନ୍ ଚାନ୍ଦ, ଏଡିଟର ଜ୍ୟତି ତଥା ମୁଖ୍ୟ ସହଯୋଗୀ ହୋଇଥିଲେ ସିବଜୀ ଚୌଧୁରୀ । ଏହି ପିଲ୍ମ ଟିକୁ ବହୁଳ ସମର୍ଥନ ମିଳୁଥିବାରୁ ଆଗାମୀ ଦିନରେ ଏହିପରି କେନ୍ଦୁଝର ଜିଲ୍ଲାର ଅନେକ ଲୁକ୍କାୟିତ ହୋଇ ରହିଯାଉଥିବା ଆକର୍ଷଣୀୟ ଜଳପ୍ରପାତ ତଥା ଦର୍ଶନୀୟ ସ୍ଥାନ ଗୁଡିକୁ ନେଇ ଭିନ୍ନ ପ୍ରକାରର ଆଉଏକ ଫିଲ୍ମ କରିବାକୁ ମାନ ବଳାଇଛନ୍ତି ରାଜ୍ ।

Exit mobile version