Site icon ଆଜିକାଲି

ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ପୁଅ ହେଲେ ଯୋଗୀ ସରକାରଙ୍କ ଓକିଲ


ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ପୁଅ ଶ୍ରୀୟଶ ଲଲିତଙ୍କୁ ଉତ୍ତର ପ୍ରଦେଶ ସରକାର ନିଜ ଓକିଲ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗୀ ସରକାରଙ୍କ ପକ୍ଷରୁ ସେ ଏବେ ସୁପ୍ରିମକୋର୍ଟରେ ମାମଲା ଲଢ଼ିବେ । ଶ୍ରୀୟଶଙ୍କ ବ୍ୟତୀତ ଯୋଗୀ ସରକାର ସୁପ୍ରିମକୋର୍ଟରେ ଆଉ ୩ ଜଣ ସରକାରୀ ଓକିଲଙ୍କୁ ନିଯୁକ୍ତ କରିଛନ୍ତି। ବଡ଼ କଥା ହେଉଛି ଶ୍ରୀୟଶଙ୍କର ପତ୍ନୀ ରବୀନା ମଧ୍ୟ ପେସାରେ ଜଣେ ଓକିଲ।

ଯୋଗୀ ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ୪ ଜଣ ସରକାରୀ ଓକିଲ ନିଯୁକ୍ତ କରିଛନ୍ତି। ଏଥିମଧ୍ୟରୁ ଜଣ ହେଉଛନ୍ତି ଭାରତର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ପୁଅ ଶ୍ରୀୟାଶ ଲଲିତ। ଶ୍ରୀୟାଶଙ୍କ ବ୍ୟତୀତ ପୂର୍ବତନ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ବିନୋଦ କାନ୍ତଙ୍କ ପୁଅ ଯଶରଥ କାନ୍ତଙ୍କୁ ଜୁନିଅର ପ୍ୟାନେଲ୍ ଆଡଭୋକେଟ୍, ନମିତ ସାକ୍ସେନାଙ୍କୁ ଆଡଭୋକେଟ୍ ଇନ୍ ରେକର୍ଡ ଓ ପ୍ରୀତି ଗୋୟଲଙ୍କୁ ସ୍ୱତନ୍ତ୍ର ପ୍ୟାନେଲ୍ ଆଡଭୋକେଟ୍ ଭାବରେ ନିଯୁକ୍ତ କରାଯାଇଛି।

ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ପରିବାରର ଚାରି ପିଢ଼ି ଆଇନ ପେସା ସହ ଜଡ଼ିତ। ୟୁୟୁ ଲଲିତଙ୍କ ଜେଜେବାପା ଉମେଶ ରଙ୍ଗନାଥ ଲଲିତ ସୋଲାପୁରର ଜଣେ ଓକିଲ ଥିଲେ। ସେ ସ୍ୱାଧୀନତା ପୂର୍ବରୁ ସେଠାରେ କାର୍ଯ୍ୟ କରୁଥିଲେ। ପ୍ରଧାନ ବିଚାରପତିଙ୍କ ପିତା ଉମେଶ ଲଲିତ ମଧ୍ୟ ପେସାରେ ଓକିଲ ଥିଲେ। ପରେ ତାଙ୍କ ପିତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ପ୍ରଧାନ ବିଚାରପତିଙ୍କର ଦୁଇଟି ପୁଅ ଅଛନ୍ତି । ବଡ଼ପୁଅ ଶ୍ରୀୟଶଙ୍କୁ ୟୁପି ସରକାର ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ସାନପୁଅ ହର୍ଷଦ ଆମେରିକାରେ ରିସର୍ଚ୍ଚ କ୍ଷେତ୍ରରେ ଏକ ପରିଚୟ ସୃଷ୍ଟି କରିଛନ୍ତି | ନୋଏଡାସ୍ଥିତ ଏକ ବିଦ୍ୟାଳୟରେ ଶିକ୍ଷକ ଭାବରେ ଶ୍ରୀୟଶଙ୍କର ମା ଲଲିତା ଜଣେ ଶିକ୍ଷୟତ୍ରୀ ।

Exit mobile version