Site icon ଆଜିକାଲି

ତଣ୍ଟି ଚିପି ମା’କୁ ହତ୍ୟା କଲା ପୁଅ, ଥାନାରେ ଅଟକ

ସିମୁଳିଆ: ମଦ୍ୟପ ପୁଅର ଉନ୍ମୁକ୍ତ କାଣ୍ଡ । ମାଛ ତରକାରୀ ହୋଇନଥିବାକୁ ନେଇ ମା’କୁ ତଣ୍ଟି ଚିପି କଲା ହତ୍ୟା । ପୁଅକୁ ଅଟକ ରଖିଛି ପୋଲିସ । ଏଥିସହିତ ସାଇଣ୍ଟିଫିକ ଟିମ ହତ୍ୟା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଂଚାୟତ ତାଳପଦା ଗ୍ରାମର ବାସନ୍ତି ମହାନ୍ତିଙ୍କ ବଡ଼ ପୁଅ ଅରୁଣ ମହାନ୍ତି ସବୁଦିନ ମଦ ପାନ କରି ବିଳମ୍ବିତ ରାତିରେ ଘରକୁ ଫେରନ୍ତି ଏବଂ ମା’ ଓ ସ୍ତ୍ରୀ ପିଲା ମାନଙ୍କୁ ମାରଧର କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଘରକୁ ଆସି ମା’ ବାସନ୍ତିଙ୍କୁ ଖାଇବା ପାଇଁ ମାଗିଥିଲେ । ମା’ ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ । ମାଛ କେଉଁଠି ଆଣିବି ଟଙ୍କା ନାହିଁ ବୋଲି ମା’ କହିବାରୁ ଏଥିରେ ପୁଅ ରାଗିଯାଇ ମା’କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା । ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଛଡେଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ । ତଣ୍ଟି ଚିପିବା ପରେ ମା’ ଅଚେତ ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବୋହୁ କବିତା ସିମୁଳିଆ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Exit mobile version