Site icon ଆଜିକାଲି

ନିର୍ବାଚନ ସମ୍ପର୍କିତ ମିଥ୍ୟା ଖବର ଉପରେ ନଜର ରଖିବ ଓଡିଶା ପୋଲିସର ସ୍ପେଶାଲ ୟୁନିଟ

ଭୁବନେଶ୍ୱର – ସାଧାରଣ ଓ ବିଧାନସଭା ନିର୍ବାଚନ ବେଳେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାର ଉପରେ ଅଙ୍କୁଶ ଲାଗିବ । ଏଥିପାଇଁ ଓଡ଼ିଶା ପୋଲିସ ଏକ ସ୍ୱତନ୍ତ୍ର ୟୁନିଟ ସ୍ଥାପନ କରିଛି । ଏହି ୟୁନିଟ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ଉପରେ ନଜର ରଖିବ । ଏହି ସ୍ୱତନ୍ତ୍ର ୟୁନିଟ ପାଇଁ ଆଇଜିପି ( କ୍ରାଇମବ୍ରାଞ୍ଚ) ସଫିନ ଅହମ୍ମଦଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି।

ଭୁଲ୍ ସୂଚନା ଓ ମିଥ୍ୟା ଖବର ରୋକିବା ନେଇ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦିଷ୍ଟ ଗାଇଡଲାଇନ ରହିଛି। ସାମାଜିକ ଗଣମାଧ୍ୟମରେ ନିର୍ବାଚନ ସମ୍ପର୍କିତ ମିଥ୍ୟା ଖବର ଓ ବିଭ୍ରାନ୍ତିକର ସୂଚନା ଉପରେ ନଜର ରଖାଯିବ । ଏକ ଆଇଜି ରାଙ୍କ ଅଧିକାରୀ ଆଇଟି ବିଭାଗ ସହ ସମନ୍ୱୟରେ ଏସବୁ ଉପରେ ନଜର ରଖିବେ ଡିଜିପି ଅରୁଣ ଷଡଙ୍ଗୀ କହିଛନ୍ତି। ମିଥ୍ୟା ଖବର ଓ ଭୁଲ୍ ସୂଚନା ପ୍ରଚାର ପ୍ରସାରରୁ ଦୂରେଇ ରହିବା ପାଇଁ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଯଦି କୈାଣସି ବ୍ୟକ୍ତି ଓ ସଂଗଠନ ଏପରି କରନ୍ତି, ତାହା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।

Exit mobile version