Site icon ଆଜିକାଲି

ଆଜି ଆସିବ ରାଜ୍ୟ ବଜେଟ୍, ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଆସିବ ରାଜ୍ୟ ବଜେଟ୍। ନୂଆ ସରକାର, ନୂଆ ବଜେଟ୍। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି (ଗୁରୁବାର) ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ବିଜେପି ସରକାର ପ୍ରଥମ କରି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ପୂର୍ବତନ ସରକାରଙ୍କ ଯୋଜନା ଉପରେ ଅର୍ଥ ବ୍ୟୟବରାଦ ଏବଂ ବିଜେପି ପକ୍ଷରୁ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ହେବ ବୋଲି ଆଶା କରାଯାଉଛି।

ଆଜି ଅପରାହ୍ନରେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ। ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଓ ବିକଶିତ ଓଡ଼ିଶା ଗଠନ ନେଇ ଯେଉଁ ସଙ୍କଳ୍ପ ରହିଛି ତାକୁ ଗୁରୁତ୍ୱ ଦେଇ ଗଠନ କରାଯାଇଛି ବଜେଟ୍। ତେଣୁ ପୂର୍ବ ଅପେକ୍ଷା ଏଥର ବଜେଟର ଆକାର ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ପାଖାପାଖି ତିନି ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ୍ ଆଣିପାରନ୍ତି ସରକାର। ପ୍ରଥମ ବଜେଟରେ ରାଜ୍ୟବାସୀଙ୍କୁ କଣ ଭେଟି ଦେଉଛନ୍ତି ନୂଆ ସରକାର ତାହା ଉପରେ ସମସ୍ତଙ୍କ ନଜର ରହିଛି l

Exit mobile version