Site icon ଆଜିକାଲି

ବିଭିନ୍ନ ନିିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ଏବଂ ପରାମର୍ଶଦାତା ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ବିଭିନ୍ନ ନିିଗମ ଓ ବୋର୍ଡ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ଏବଂ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି।

କଳିକେଶ ନାରାୟଣ ସିଂହ ଦେଓ ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ, ପ୍ରଭାତ ଆଦିତ୍ୟ ମିଶ୍ର ଏଗ୍ରିକଲଚରାଲ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡ(ଆପିକଲ)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଡି. ବିଶ୍ବନାଥଙ୍କୁ ଗ୍ରାମାଞ୍ଚଳ ଗୃହ ନିର୍ମାଣ ବିକାଶ ନିଗମର ଅଧ୍ୟକ୍ଷ, ଲେନିନ ମହାନ୍ତିଙ୍କୁ ଓଟିଡିସିର ଅଧ୍ୟକ୍ଷ, ଅମରେଶ ପତ୍ରିଙ୍କୁ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ, ସୁବାସ ମହାରଣାଙ୍କୁ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ, ବିଜୟ ନାୟକଙ୍କୁ ବିହନ ନିଗମ ଅଧ୍ୟକ୍ଷ, ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ, ସତ୍ୟବ୍ରତ ତ୍ରିପାଠୀଙ୍କୁ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ ବା ଓଏଫଡିସିର ଅଧ୍ୟକ୍ଷ, ଶ୍ରୀମୟୀ ମିଶ୍ରଙ୍କୁ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ, ଚିନ୍ମୟ ସାହୁଙ୍କୁ କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ, ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି। କସ୍ତୁରୀ ମହାପାତ୍ରଙ୍କୁ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସଂଗ୍ରାମ ପାଇକରାୟଙ୍କୁ ଖଦୀ ଗ୍ରାମ୍ୟଶିଳ୍ପ ବୋର୍ଡ ଅଧ୍ୟକ୍ଷ, ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡ, କୁନା ଦାସ ୟୁଥ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ ଏବଂ ସନ୍ତୋଷ ବେଜଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ନେବେ।

ସେହିପରି ଯୋଜନା ବୋର୍ଡର ସଦସ୍ୟ ଭାବେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ସାଧୁ ନେପାକଙ୍କୁ ନିଯୁକ୍ତି ମିଳିଛି। ଏମାନଙ୍କୁ କ୍ୟାବିନେଟ ପାହ୍ୟା ମିଳିବ। ପ୍ରଦୀପ ମାଝି ସ୍ବତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଗୀତା ବସ୍ତିଆଙ୍କୁ ମିଶନ ଶକ୍ତିର ପରାମର୍ଶଦାତା, ସରୋଜିନୀ ହେମ୍ବ୍ରମଙ୍କୁ ଏସଟି ଆଣ୍ଡ ଏସସି ବିକାଶ ବିଭାଗର ପରାମର୍ଶଦାତା, ସୁମିତ୍ରା ଜେନାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା, ଅନୁଭବ ପଟ୍ଟନାୟକଙ୍କୁ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି।

Exit mobile version