Site icon ଆଜିକାଲି

ହସ୍ପିଟାଲରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର

ଭୁବନେଶ୍ୱର : କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ । ରାଜ୍ୟକୁ ପୁଣି ଫେରିଛି ମାସ୍କ କଟକଣା । ହସ୍ପିଟାଲ୍ ଗୁଡିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟର ସମସ୍ତ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ସମେତ ସବୁ ହସ୍ପିଟାଲ ଗୁଡିକୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ଡିଏମଇଟି । ଡାକ୍ତର, ନର୍ସଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବେ । ବୈଠକ ସମୟରେ ଅଧିକାରୀଙ୍କ ସମେତ ଉପସ୍ଥିତ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବେ ।

ବନ୍ଦ କୋଠରୀରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ହେବ । ଯେଉଁ ସ୍ଥାନରେ ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି, ସେହି ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଯେଉଁ ବ୍ୟକ୍ତିଙ୍କ ଠାରେ ଥଣ୍ଡା, କାଶ ଭଳି ଲକ୍ଷଣ ରହିଥିବା ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ହସ୍ପିଟାଲରେ କରୋନା ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Exit mobile version