ଭୁବନେଶ୍ଵର : ସ୍ଥଗିତ ରହିଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତି। ଆସନ୍ତା ନଭେମ୍ବର ୧ ତାରିଖ ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତି, ଯାହାକୁ ସ୍ଥଗିତ ରଖାଯାଇଛି।
ଅଲ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ସଭାପତି , ସମ୍ପାଦକ ଓ ସଦସ୍ୟମାନେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ତେବେ ମହାପରେ ନଭେମ୍ବର ୧ରେ ଆନ୍ଦୋଳନ ନିଷ୍ପତି ସ୍ଥଗିତ ହୋଇଥିବା ମହାସଂଘ ସଭାପତି ସୂଚନା ଦେଇଛନ୍ତି। ଆସନ୍ତା ୫ ତାରିଖ ଭିତରେ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳିଛି । ଏହି ବୈଠକରେ ଫୋନ୍ ଯୋଗେ ସ୍ଵାସ୍ଥ୍ୟମନ୍ତ୍ରୀ ଓ ଠିକା ସଂସ୍ଥା ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ନୂଆ ଟିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨୦୦ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବା ମହାସଂଘ ଅଭିଯୋଗ କରିଥିଲା। ଏହା ବିରୁଦ୍ଧରେ ୬ ହଜାର ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିବେ ବୋଲି ଚେତାବନୀ ଦିଆଯାଇଥିଲା।