Site icon ଆଜିକାଲି

ଆସିଲା ‘ସୁଭଦ୍ରା’ ଗାଇଡଲାଇନ, ଜାଣନ୍ତୁ କ’ଣ ରହିଛି ନିୟମ ?

ଭୁବନେଶ୍ୱର : ସୁଭଦ୍ରା ଯୋଜନାର ଗାଇଡଲାଇନ ବା ନିର୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ। ଗାଇଡଲାଇନ ଅନୁସାରେ ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସର ମହିଳାମାନେ ଏହି ଯୋଜନାରେ ଆବେଦନ କରିପାରିବେ। ସେମାନଙ୍କ ଆଧାରକାର୍ଡରେ ରହିଥିବା ଜନ୍ମ ତାରିଖକୁ ଆଧାର କରି ବୟସ ଗଣନା କରାଯିବ।

* ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବେ।
* ଗତ ଜୁଲାଇ ୧ ତାରିଖ ସୁଦ୍ଧା ହିତାଧିକାରୀଙ୍କୁ ୨୧ ବର୍ଷ ହୋଇଥିଲେ ସେ ଏହି ଯୋଜନାରେ ସାମିଲ ହୋଇପାରିବେ।
* ଆବେଦନକାରୀଙ୍କ ଜନ୍ମ ୨୦୦୩ ମସିହା ଜୁଲାଇ ୧ ପରେ ହୋଇ ନ ଥିବ ଏବଂ ୧୯୬୪ ମସିହା ଜୁଲାଇ ୨ ପୂର୍ବରୁ ହୋଇ ନ ଥିବ।
* ଆୟକର ଦେଉଥିଲେ ଯୋଜନାରେ ହୋଇପାରିବେନି ସାମିଲ।
* ମାସକୁ ୧୫ ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉ ନ ଥିବେ।
* ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ ବା ବିଧାୟକ ହୋଇ ନ ଥିବେ।
* ଓ୍ବାର୍ଡସଭ୍ୟ/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି।
* କେନ୍ଦ୍ର/ରାଜ୍ୟ ସରକାର ଚାକିରି ବା ପେନସନ ପାଉଥିଲେ ମିଳିବନି ।
* ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଅଯୋଗ୍ୟ ହେବେ ।

Exit mobile version