Site icon ଆଜିକାଲି

ରାଜ୍ୟରେ ବଢୁଛି ପାରଦ, ଅନେକ ସ୍ଥାନରେ ଛୁଇଁବ ୩୫ ଡିଗ୍ରୀ

ଭୁବନେଶ୍ବର : ଚାଲିଯାଇଛି ଶୀତ । ଏବେ ସାରା ରାଜ୍ୟରେ ଦିନ ଓ ରାତିର ତାପମାତ୍ରା ଧୀରେ ଧୀ‌ରେ ବଢୁଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ଆଗକୁ ଖରାର ପ୍ରକୋପ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ଅସହ୍ୟ ତାତି ଅନୁଭବ ହେବ ।

Exit mobile version