Site icon ଆଜିକାଲି

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସରିଥିଲେ ବି ଅସ୍ଥାୟୀ ସଂଗ୍ରହାଳୟ ଓ ପ୍ରଦର୍ଶନୀ ହଲରେ ଭିଡ଼

ଭୁବନେଶ୍ୱର – ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଜନତା ମଇଦାନଠାରେ ଆୟୋଜିତ ଅସ୍ଥାୟୀ ସଂଗ୍ରହାଳୟ ଓ ପ୍ରଦର୍ଶନୀ ଦେଖିବାକୁ ଜନସମାଗମ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‌ଯାପିତ ହୋଇଥିଲେ ସୁଦ୍ଧା ସର୍ବସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ପ୍ରଦର୍ଶନୀକୁ ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବସରରେ ସରକାରଙ୍କର ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ସଂପର୍କରେ ପ୍ରଚାରପତ୍ର ବଣ୍ଟନ କରାଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ମତ୍ସ୍ୟ ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ଅନ୍ୟ ବିଭାଗଗୁଡ଼ିକର ଜନହିତକାରୀ ଯୋଜନା ସଂପର୍କରେ ପ୍ରଚାରପତ୍ର ବଣ୍ଟନ କରାଯାଉଛି । ଏଥି ସହ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ସ୍ୱତନ୍ତ୍ର ଲଫାପା ଏବଂ ଧଉଳି ଶାନ୍ତି ସ୍ତୁପ ଥିବା ସ୍ମାରକୀ ପ୍ରଦାନ କରାଯାଉଛି । ଏହାକୁ ନେବା ପାଇଁ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି । ଏଠାକୁ ଆସି ପ୍ରାଚୀନ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଜାଣିବା ସହ ଦର୍ଶକମାନେ ଅଭୁଲା ସ୍ମୃତି ନେଇ ଫେରୁଛନ୍ତି ।

Exit mobile version