Site icon ଆଜିକାଲି

ଚୋରର ଅନୁତାପ , ୯ ବର୍ଷ ପରେ ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ

ଭୁବନେଶ୍ବର : ମନ୍ଦିରରୁ ଚୋରି କରିବାର ଦୀର୍ଘ ୯ ବର୍ଷ ପରେ ଅନୁତାପ କଲା ଚୋର । ଚିଠି ଲେଖି ଚୋରି ପାଇଁ ଅନୁତାପ କରିବା ସହ ଫେରାଇ ଦେଇଛି ଚୋରି ସାମଗ୍ରୀ।କେବଳ ସେତିକି ନୁହେଁ ଜରିମାନା ବି ଦେଇଛି । ଏଥିସହିତ ଦକ୍ଷିଣା ବି ଦେଇଛି ଅନୁତପ୍ତ ଚୋର ।

ରାଜଧାନୀ ଭୁବନେଶ୍ଵରର ଉପକଣ୍ଠ ଗୋପୀନାଥପୁର ଗାଁରେ ଏଭଳି ଘଟଣା ସାମନାକୁ ଆସିଛି। ୨୦୧୪ ମସିହାରେ ଗୋପୀନାଥ ମନ୍ଦିରରୁ ଠାକୁରଙ୍କ ରୁପା ଅଳଙ୍କାର ଚୋରି ହୋଇଥିଲା। ଠାକୁରଙ୍କ ରୁପା ବଂଶୀ, ଛତା, ମୁକୁଟ, ରୁପା ଆଖି, ଥାଳି, ଘଣ୍ଟ ଚୋରି ହୋଇଥିଲା । ସେତେବେଳେ ଲିଙ୍ଗରାଜ ଥାନାରେ ଏନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ। ହେଲେ ନା ଚୋର ଧରାପଡିଥିଲା ନା ମିଳିଥିଲା ଚୋରି ସାମଗ୍ରୀ । ଏବେ ଘଟଣାର ୯ ବର୍ଷ ପରେ ଏବେ ନିଜେ ଚୋର ସମସ୍ତ ଚୋରି ସାମଗ୍ରୀ ଫେରାଇଛି। ଚୋରି କରିଥିବାରୁ ୧୦୧ ଟଙ୍କା ଜରିମାନା ସାଙ୍ଗକୁ ୨୦୧ଟଙ୍କା ଦକ୍ଷିଣା ମଧ୍ୟ ଦେଇଛି। ଖାଲି ସେତିକି ନୁହେଁ ଚୋରି ଜିନିଷ ଫେରେଇବା ସ୍ଥାନରେ ଏକ ଚିଠି ଛାଡି ଯାଇଛି । ଏଥିରେ ଠାକୁରଙ୍କ ଅଳଙ୍କାର ଚୋରି କରିବା ପରେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲା ସେନେଇ ସେ ଲେଖିଛି । ଏ ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

Exit mobile version