Site icon ଆଜିକାଲି

ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩କୋଟି ୩୨ଲକ୍ଷରୁ ଅଧିକ, ଯୋଡ଼ି ହେଲେ ୧୨ଲକ୍ଷରୁ ଅଧିକ ନୂଆ ଭୋଟର

ଭୁବନେଶ୍ବର – ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଭୋଟର ତାଲିକାରେ ସଂକ୍ଷିପ୍ତ ସଂଶୋଧନ ପରେ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ରେ ପହଞ୍ଚିଛି । ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରୁ ଯୁବ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୭୬ ହଜାର ୯୬୯ ହୋଇଛି। ତାଲିକାରୁ ୭ ଲକ୍ଷ ୧୬ ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଛି ବୋଲି ଭୁବନେଶ୍ୱରରେ ଆୟୋଜିତ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ମୋଟ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ରହିଛି । ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧। ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩ ହଜାର ୩୮୦। ରାଜ୍ୟରେ ଯୁବ ଭୋଟର ଅର୍ଥାତ ୧୮-୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬, ଯାହାକି ବିଗତ ୫ ବର୍ଷରେ ସର୍ବାଧିକ । ରାଜ୍ୟରେ ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୮୨୧ ରହିଛି । ସେହିପରି ରାଜ୍ୟରେ ବରିଷ୍ଠ ଭୋଟର ଯାହାଙ୍କ ବୟସ ୮୦ ବର୍ଷରୁ ଅଧିକ ସଂଖ୍ୟା ହେଲା ୬ ଲକ୍ଷ ୮୫ ହଜାର ୪୮ ।

Exit mobile version