Site icon ଆଜିକାଲି

ଗୋରୁକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଟ୍ରଲର ଚାଳକ

ବରଗଡ଼: ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଲୁହୁରାଚୋଟୀ ଠାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଏକ ଟ୍ରଲର ଚାଳକ ମୃତ ଘଟିଛି ।

ସୂଚନା ଯ, ଲୁହୁରାଚଟି ଠାରେ ଏକ ଟ୍ରଲର ସୋହେଲା ପଟୁ ଛତିଶଗଡ଼ ପଟକୁ ଯାଉଥିବା ବେଳେ ହଠାତ ଗୋରୁ ପଳ ରାସ୍ତା ଉପରକୁ ଚାଲିଆସିଥିଲେ । ଫଳରେ ସେମାନଙ୍କୁ ବଞ୍ଚେଇବାକୁ ଯାଇ ଡ୍ରାଇଭର ରାସ୍ତାକଡ଼ ଏକ ଘରକୁ ଧକ୍କା ଦେଇଥିଲା । ଫଳରେ ଟ୍ରଲରରେ ଚାପି ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଡ୍ରାଇଭରର ପରିଚୟ ମିଳି ପାରି ନାହିଁ । ସକାଳ ୬ଟାରେ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର କରି ପୁଲିସର ଉପସ୍ଥିତିରେ ସୋହେଲା ଡାକ୍ତରଖାନା ପଠାଇ ଦିଆଯାଇଛି ।

Exit mobile version