Site icon ଆଜିକାଲି

ସାଇକେଲକୁ ଧକ୍କା ଦେଲା ଟ୍ରକ, ନାବାଳକ ମୃତ

ଭୁବନେଶ୍ୱର : ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡାରା ଛକରେ ସଡ଼କ ଦୁର୍ଘଟଣା । ସାଇକେଲରେ ଜଣେ ନାବାଳକ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ନାବାଳକର ମୃତ୍ୟୁ। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ସୂଚନା ଯେ, ସାଇକେଲ୍‌ରେ ଜଣେ ନାବାଳକ ଯାଉଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ନାବାଳକର ମୃତ୍ୟୁ ହୋଇଥିଲା । ଏବେ ସୁଦ୍ଧା ମୃତ ନାବାଳକର ପରିଚୟ ମିଳିପାରିନାହିଁ । ସେପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରୁ ଟ୍ରକ ଫେରାର ହୋଇଯାଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version