Site icon ଆଜିକାଲି

ଟ୍ରକକୁ ଧକ୍କା ଦେଲା ଟ୍ରକ୍, ୩ ଘଣ୍ଟା ପରେ ଡ୍ରାଇଭର ଉଦ୍ଧାର

ରେଢାଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍। ଚାପ ହୋଇରହିଗଲେ ଜଣେ ଡ୍ରାଇଭର। ୩ ଘଣ୍ଟାରୁ ଅଧିକ ସମୟ ହେବ ଉଦ୍ୟମ କରି ତାଙ୍କୁ ଉଦ୍ଧାର କରାଯାଇଛି। ଏବଂ ଗୁରୁତର ଅବସ୍ଥାରେ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି। ଡ୍ରାଇଭରଙ୍କର ଦୁଇଟି ଗୋଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

୫୫ ନଂ ଜାତୀୟ ରାଜପଥର ସମ୍ବଲପୁର ଜିଲ୍ଲା ରେଢାଖୋଲର ଚାରବାଟି ଛକ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ତେବେ ଭୋର୍ ସମୟରେ ଖରାପ ହୋଇ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ ପଛ ପଟ ଟ୍ରକର ଡ୍ରାଇଭର ଚାପି ହୋଇ ରହିଥିଲେ। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲ​‌ରେ ଭର୍ତ୍ତି କରିଛି ପୁଲିସ୍ ଏବଂ ଅଗ୍ନିଶମବାହିନୀ।

Exit mobile version