Site icon ଆଜିକାଲି

ପୋଲ ତଳକୁ ଓଲଟିଲା ଟ୍ରକ୍, ୩ଜଣ ଗୁରୁତର

ଭଦ୍ରକ : ଭଦ୍ରକ ଗେଲପୁର ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ୍ । ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ଏକ ଚିପ୍ସ ବୋଝେଇ ଟ୍ରକ୍ ଚଣ୍ଡିଖୋଲରୁ ଭଦ୍ରକ ଅଭିମୁଖେ ଦ୍ରୁତ ଗତିରେ ଆସୁଥିଲେ । ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର, ହେଲ୍‌ପର ଓ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ୩ଜଣଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଆହତ ହୋଇଥିବା ଜଣାପଡ଼ିଛି ।

Exit mobile version