ଭୁବନେଶ୍ଵର: ଆଜି ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ଦ୍ଵାଦଶ ଦିନ। ମଙ୍ଗଳବାର ବି ଗୃହ ବେଶ୍ ସରଗରମ ରହିପାରେ। ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ପଞ୍ଚାୟତିରାଜ ଏବଂ ପାନୀୟ ଜଳ , ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ , ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ , ଗ୍ରାମ୍ୟ ଉନ୍ନୟନ , ସରକାରୀ ଉଦ୍ୟୋଗ , ଶ୍ରମ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ସୁଭଦ୍ରା ଯୋଜନା ଏବଂ ମଦ ମୃତ୍ୟୁ ଆଦି ପ୍ରସଙ୍ଗ ବିରୋଧୀ ଗୃହରେ ଉଠାଇ ପାରନ୍ତି। ସେହିଭଳି ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ ହେବ। ଅପରାହ୍ନରେ ଇସ୍ପାତ୍ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି। ସୋମବାର ସୁଭଦ୍ରା ଯୋଜନାକୁ ନେଇ ଗୃହ ହୁଲସ୍ତୁଲ ରହିଥିଲା।
September 3, 2024
0 Comment
41 Views
ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ଦ୍ଵାଦଶ ଦିନ : ଆଜି ବି ସରଗରମ ରହିପାରେ ଗୃହ
by Editor
ଭୁବନେଶ୍ଵର: ଆଜି ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ଦ୍ଵାଦଶ ଦିନ। ମଙ୍ଗଳବାର ବି ଗୃହ ବେଶ୍ ସରଗରମ ରହିପାରେ। ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ପଞ୍ଚାୟତିରାଜ ଏବଂ ପାନୀୟ ଜଳ , ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ , ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ , ଗ୍ରାମ୍ୟ ଉନ୍ନୟନ , ସରକାରୀ ଉଦ୍ୟୋଗ , ଶ୍ରମ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ସୁଭଦ୍ରା ଯୋଜନା ଏବଂ ମଦ ମୃତ୍ୟୁ ଆଦି ପ୍ରସଙ୍ଗ ବିରୋଧୀ... Read More