Site icon ଆଜିକାଲି

ପୋଲିସ ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ଆହତ

ଭୁବନେଶ୍ୱର – ପୋଲିସ ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ରଘୁ ବିଶ୍ୱାଳ ଆହତ । କମିଶନରେଟ ପୋଲିସ ଗୁଳିରେ ଆହତ ହୋଇଛି ରଘୁ । ରଘୁ ନାଁରେ ଏକାଧିକ ଡକାୟତି ଓ ରାହାଜାନୀ ମାମଲା ରହିଛି। କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ ।

ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀକୁ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ । ପୋଲିସ ସେମାନଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସର ପାଲଟା ଗୁଳମାଡରେ ରଘୁ ଆହତ ହୋଇଥିଲା । ରଘୁର ବାମ ଗୋଡରେ ଗୁଳି ବାଜିଛି । ତା’ ନିକଟରୁ ଏକ ୭.୫ ଏମ୍ଏମ ପିସ୍ତଲ ଜବତ ହୋଇଛି । ତା ସହଯୋଗୀ ପୋଲିସ କବଳରୁ ବର୍ତ୍ତି ଯାଇଛି। ଆହତ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Exit mobile version