Site icon ଆଜିକାଲି

ଗଛରେ ପିଟି ହୋଇ ଓଲଟିଲା ଭ୍ୟାନ୍, ୯ ଶ୍ରମିକ ଆହତ

ବୌଦ୍ଧ: ବୌଦ୍ଧ ଥାନା ବୁରପଟା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ପିକଅପ୍ ଭ୍ୟାନ୍ ଗଛରେ ପିଟି ହୋଇ ଓଲଟି ପଡିଛି। ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆଜି ସକାଳୁ କିଛି ଶ୍ରମିକ ଇଲେକ୍ଟ୍ରି କାମ ପାଇଁ ଦିଗପହଣ୍ଡିରୁ ସୁବର୍ଣ୍ଣପୁର ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ବୌଦ୍ଧ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Exit mobile version