Site icon ଆଜିକାଲି

ଫୁଲୁଛି ନଦୀ, ବଢୁଛି ଜଳସ୍ତର : ବିପଦ ସଂକେତ ଉପରେ ଜଳକା ଓ ବୈତରଣୀ

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଫୁଲୁଛି ଜଳକା ଓ ବୈତରଣୀ ନଦୀ। ଏହି ଦୁଇଟି ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।  ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା।

ଅବପାତ ପ୍ରଭାବରେ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ତେବେ ପ୍ରବଳ ବର୍ଷା ଯୋଗୁଁ ଜଳେଶ୍ଵରରେ ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ଭାଙ୍ଗିଯାଇଛି। ଫଳରେ ବାଲିଆପାଳ-ଜାମକୁଣ୍ଡାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।  ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ  ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।  ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ସେପଟେ ସୁବର୍ଣ୍ଣରେଖା ନଦୀ ମଧ୍ୟ ସତର୍କ ସୂଚନା ଟପିଛି। ରାଜଘାଟ ଓ ଆଖୁଆପଦାଠାରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।  ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦. ୨୦ମିଟରରେ ପ୍ରବାହିତ ହେଉଛି।   ବନ୍ୟା ଆଶଙ୍କା ଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଂକେତ ୬.oo ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୨୨ ମିଟରରେ ପ୍ରବାହିତ ହେଉଛି। ଅନ୍ୟପଟେ ଭଦ୍ରକ ଆଖୁଆପଦାରେ ସତର୍କ ସୂଚନା ଟପିଲା ବୈତରଣୀ ନଦୀ।  ସତର୍କ ସୂଚନା ୧୭.୮୩ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୮.୧୨ ମିଟର ରହିଛି।  ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ସୂଚନା ମିଳିଛି।

Exit mobile version