Site icon ଆଜିକାଲି

କେବଳ ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ : ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ପାଇଁ ଜନସାଧାରଣଙ୍କ ଦାବି ପରେ ଆଜି ପଶ୍ଚିମ ଦ୍ୱାର ଖୋଲାଯାଇଛି । ଦୀର୍ଘଦିନ ପରେ ଖୋଲିଛି ପଶ୍ଚିମ ଦ୍ୱାର । କିନ୍ତୁ ଏବେ କେବଳ ପୁରୀବାସୀଙ୍କ ପାଇଁ ଦ୍ୱାର ଖୋଲାଯାଇଛି । ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି । କରୋନା ମହାମାରୀ ସମୟରେ ସିଂହଦ୍ୱାର ଛଡ଼ା ଅନ୍ୟ ଦ୍ୱାରକୁ ବନ୍ଦ କରାଯାଇଥିଲା । କିନ୍ତୁ ମହାମାରୀ ପରେ ବି ଦ୍ୱାର ଖୋଲା ଯାଇନଥିଲା ।

ଜୋରଦାର ଦାବି ପରେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି ପ୍ରଶାସନ । ଅନ୍ୟ ଦୁଇ ଦ୍ୱାର ଖୋଲିବା ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି ।

Exit mobile version