Site icon ଆଜିକାଲି

ପତ୍ନୀହନ୍ତାକୁ ଆଜୀବନ ଜେଲ୍

କେନ୍ଦୁଝର, (ନିପ୍ର) ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀକୁ କେନ୍ଦୁଝର ଜିଲା ଓ ଦୌରାଜଜ୍‌ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ବଡବିଲ ଥାନା ବାଘିଆବୁରୁର ଦେବ ନାଏକ କେନ୍ଦୁଝର ଟାଉନ ଥାନା ଅଞ୍ଚଳ ବୀରବରପୁରପାଟଣାର ସବିତା ନାଏକକୁ ୨୦୦୬ରେ ବିବାହ କରିଥିଲେ। ଏହାପରେ ଅଧିକାଂଶ ସମୟ ଶ୍ୱଶୁର ଘରେ ରହି ଦେବ ଡ୍ରାଇଭର ଭାବେ ଜୀବିକା ନିର୍ବାହ କରି ଆସୁଥିଲେ। ତେବେ ସ୍ତ୍ରୀ ସବିତାଙ୍କ ଚରିତ୍ରକୁ ସନ୍ଦେହ କରି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ୧୭ ଅକ୍ଟୋବର ୨୦୧୮ ରାତି ପ୍ରାୟ ୮ଟାରେ ଦେବ ଏକ ଛୁରୀ ସାହାଯ୍ୟରେ ସ୍ତ୍ରୀ ସବିତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ସବିତାଙ୍କ ବାପା ମୁନା ନାଏକ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୧୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଜିଲା ଓ ଦୌରାଜଜ୍‌ କେନ୍ଦୁଝର ଚିତ୍ତରଞ୍ଜନ ମହାପାତ୍ର ଅଭିଯୁକ୍ତ ଦେବ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ସହ ୫୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡିତାଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

Exit mobile version