Site icon ଆଜିକାଲି

ଅତ୍ୟାଚାରୀ ସ୍ବାମୀଙ୍କ ଜୀବନ ନେଲା ସ୍ତ୍ରୀ


‌ଛତ୍ରପୁର : ଅଭାବନୀୟ ଘଟଣା । ଅତ୍ୟାଚାରୀ ସ୍ବାମୀଙ୍କ ଜୀବନ ନେଲା ସ୍ତ୍ରୀ । ଏହି ଘଟଣାରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ୍ ତୋଟା ଗାଁର ସୂର୍ଯ୍ୟ ପାହାନ। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ଅଭିଯୁକ୍ତ ପତ୍ନୀ ଓ ଦୁଇ ପୁଅଙ୍କୁ ବୁଧବାର ଗିରଫ କରିଛି।

ସୂର୍ଯ୍ୟ ପାହାନ ଦୀର୍ଘ ଦିନ ହେଲା ତାଙ୍କ ସ୍ତ୍ରୀ ଓ ୨ ପୁଅଙ୍କ ଉପରେ ଅତ୍ୟାଚାର କରି ଆସୁଥିଲେ। ପାରିବାରିକ କଳହ ତଥା ସ୍ୱାମୀର ମାରପିଟରେ ଅତିଷ୍ଠ ହୋଇ ପତ୍ନୀ ଏଭଳି କାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି। ଗାଁ ଶ୍ମଶାନରୁ ସୂର୍ଯ୍ୟ ପାହାନଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ଖଲ୍ଲିକୋଟ ଥାନା ପୋଲିସ।

Exit mobile version