Site icon ଆଜିକାଲି

ଦୁଷ୍କର୍ମ ଉଦ୍ୟମକାରୀଙ୍କୁ ହତ୍ୟା କରିଥିଲେ ମହିଳା, ମୃତଦେହ ମିଳିଲା ପରେ ଜଣାପଡ଼ିଲା ସତ

ବାରିପଦା : ଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା କରିଛନ୍ତି ଜଣେ ମହିଳା। ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ ଘଟିଛି ଏହି ଘଟଣା । ତେବେ ଦୁଷ୍କର୍ମ ଉଦ୍ୟମକାରୀଙ୍କ ମୃତଦେହ ମିଳିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି । ମୃତକ ଜଣଙ୍କ ହେଉଛନ୍ତି ମଙ୍ଗଳ ମୁର୍ମୁ ।

ଏକ ଗଳିତ ମୃତଦେହ ଜଙ୍ଗଲରେ ପଡିଥିବା ଦେଖି ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଶନିବାର ସଦର ଥାନାରେ ୭ଦିନ ପୂର୍ବରୁ ମୃତକ ଜଣଙ୍କ ନିଖୋଜ ନେଇ ଏକ ଏତଲା ଦାୟର ହୋଇଥିବା ବେଳେ ମୃତଦେହ ଚିହ୍ନଟ ପୂର୍ବକ ପୋଲିସ ତଦନ୍ତ କରି ମୃତକ ମଙ୍ଗଳ ବୋଲି ଜାଣି ପାରିଥିଲା ।

ଗତ ୧୫ ତାରିଖରେ ମକର ମେଳାକୁ ଯାଇ ମଙ୍ଗଲ ଆଉ ଘରକୁ ଫେରିନଥିଲେ। ମଙ୍ଗଲଙ୍କ ମା’ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ପ୍ରାଥମିକ ତଦନ୍ତରୁ ମଙ୍ଗଲ ମୁର୍ମୁ ନିଶାଶକ୍ତ ଅବସ୍ଥାରେ ୧୫ ତାରିଖ ରାତିରେ ସ୍ଥାନୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ମଙ୍ଗଳଙ୍କୁ ଏକ କୋଦାଳ ସାହାଯ୍ୟରେ ପିଟିପିଟି ହତ୍ୟା କରିଥିଲେ। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ହସ୍ପିଟାଲକୁ ପଠାଇଛି। ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମହିଳା କୁନି ମୁର୍ମୁଙ୍କୁ ଗିରଫ କରି ତଦନ୍ତ ଜାରି ଥିବା ସଦର ଥାନା ଅଧିକାରୀ ମଧୁସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।

Exit mobile version