Site icon ଆଜିକାଲି

ପମ୍ପସେଟ ସୁଇଚ ଅନ୍ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁମ୍ଭାରମୁଳି ପଂଚାୟତ ଚୌକି ଗ୍ରାମରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଚନ୍ଦନ ଆଧେକ (୩୦)ଙ୍କ ମୃତ୍ୟୁ ।

ଶୁକ୍ରବାର ସକାଳେ ବାଡ଼ିରେ ପାଣି ଦେବାପାଇଁ ତାଙ୍କର ଛୋଟ ପମ୍ପସେଟଟିକୁ ଗାଡ଼ିଆରେ ପକାଇ ସୁଇଚ ଅନ୍ କଲାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ପରିବାର ଲୋକେ ଉଦ୍ଧାର କରି ଜଳେଶ୍ୱରପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ଖୋଳିଯାଇଛି । ,

Exit mobile version