Site icon ଆଜିକାଲି

ବଡ଼ଭାଇକୁ ହତ୍ୟା କଲା ସାନ ଭାଇ

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ବିବିସିପଡ଼ାରେ ଅଭାବନୀୟ ଘଟଣା । ରାଗ ସାଜିଲା କାଳ । ଭୁଲିଗଲା ସଂପର୍କ । ବଡ଼ଭାଇକୁ ହତ୍ୟା କଲା ସାନ ଭାଇ ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଦୁଇ ଭାଇ ମଧ୍ୟ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସାନ ଭାଇ ମହେନ୍ଦ୍ର ବାଗ୍‌ ପାଖରେ ଥିବା ଏକ ପେଚ୍‌କସ୍‌କୁ ନେଇ ବଡ଼ଭାଇ ଗଣେଷ ବାଗ୍‌ଙ୍କ ଛାତି ଏବଂ ପେଟକୁ ଆକ୍ରମଣ କରିବାରେ ଲାଗିଥିଲା । ଯାହାଫଳରେ ଗଣେଷ ବାଗ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ହତ୍ୟା ପରେ ସୋମବାର ଦିନ ସକାଳୁ ମହେନ୍ଦ୍ର ବାଗ୍‌ ଭବାନୀପାଟଣା ଟାଉନ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ପୋଲିସ ବି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Exit mobile version