Site icon ଆଜିକାଲି

ନାବାଳିକାକୁ ବଳାତ୍କାର ଅଭିଯୋଗରେ ଯୁବକକୁ ଗିରଫ

ବଳଙ୍ଗା : ନାବାଳିକାକୁ ବଳାତ୍କାର ଅଭିଯୋଗରେ ଯୁବକକୁ ଗିରଫ କରିଛି ବଳଙ୍ଗା ପୋଲିସ । ୮ ବର୍ଷ ର ନାବାଳିକାକୁ ବଳତ୍କାର କରାଯାଇ ଥିବା ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଛି। ଉଭୟ ପିଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ମଇନା କରାଯିବା ସହିତ ସାଇଣ୍ଟିଫିକ ଟିମର ତଦନ୍ତ ପରେ ଯୁବକକୁ ଗିରଫ କରାଯାଇଛି ବୋଲି ପୁରୀ ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏ ନେଇ ମଙ୍ଗଳବାର ବଳଙ୍ଗା ଥାନା ଠାରେ ସାମ୍ବାଦିକ ସମ୍ମିଳନୀରେ କହିଥିବା ବେଳେ ଉକ୍ତ ଘଟଣାକୁ ଗୁରୁତ୍ୱ ର ସହିତ ନିଆଯାଇ ରେଡ଼ ଫ୍ଲାଗ ରେ ସାମିଲ କରାଯାଇଛି । ସେହିପରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

ସୂଚନା ଥାଉକି ଗାଁରେ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଠ ବର୍ଷର ନାବାଳିକା ଝିଅ ସେଠାରୁ କିଛି ଦୂରରେ ପରିତ୍ୟକ୍ତ ଘରେ ଲୁଚକାଳି ଖେଳୁଥିଲା। ଅଭିଯୁକ୍ତ ଯୁବକ ଏକ ବନ୍ଧ ପାଖକୁ ଟେକି ନେଇ ଜୋର ଜବରଦସ୍ତ ବଳାତ୍କାର କରିଥିଲା। ପରେ ନାବାଳିକାଙ୍କ ମା’ ବଳଙ୍ଗା ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପିପିଲି ଏସଡ଼ିପିଓ ଦେବଦତ୍ତ ବରାଳ, ପୁରୀ ଜିଲା ମୁଖ୍ୟାଳୟ ଡିଏସପି ମନୋବ୍ରତା ଶତପଥୀ ଓ ବଳଙ୍ଗା ଥାନା ଅଧିକାରୀ ରଶ୍ମିରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ।

Exit mobile version