Site icon ଆଜିକାଲି

ଶିରିଗିଡ଼ା କଲେଜରୁ ଚୋରି

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଶିରିଗିଡ଼ାସ୍ଥିତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ (+୨ କଲେଜ)ରୁ ବୈଦ୍ୟୁତିକ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗତ ୫ ତାରିଖରୁ ଖରା ଛୁଟି ପାଇଁ କଲେଜ ଛୁଟି ହୋଇଥିବା ବେଳେ କେବଳ କାର୍ଯ୍ୟାଳୟ ଖୋଲା ରହୁଥିଲା। ସୋମବାର(୨୨ତାରିଖ) ସକାଳ ୭ ଟା ବେଳେ ଦାୟିତ୍ୱରେ ଥିବା କର୍ମଚାରୀ ବିମ୍ବାଧର ସାହୁ କଲେଜକୁ ଆସି ଦେଖିଲା ବେଳକୁ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସମେତ ସ୍ମାର୍ଟ କ୍ଲାସ ରୁମ୍ ଓ କେତେକ କୋଠରି ଦରଜା ଖୋଲା ରହିଥିଲା। ଏସମ୍ପର୍କରେ ଖବର ପାଇ ସଙ୍ଗେ ସଙ୍ଗେ ଅନ୍ୟ କର୍ମଚାରୀ କେଲେଜରେ ପହଞ୍ଚି ବ୍ୟାପକ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଚୋରି ସାମଗ୍ରୀ ମଧ୍ୟରେ ବିଜ୍ଞାନ ପରୀକ୍ଷାଗାର ଇନଭର୍ଟର ମେସିନ ଓ ବ୍ୟାଟେରୀ, ସ୍ମାର୍ଟ ଲ୍ୟାବର ଇନଭର୍ଟର ମେସିନ ସହ ତିନୋଟି ବ୍ୟାଟେରି ଏବଂ ଗୋଟିଏ ମାଇକ ସେଟ୍, କାର୍ଯ୍ୟାଳୟରୁ ଗୋଟିଏ ଏଲ୍‌ଇଡି ମନିଟର ଓ ଟେବୁଲ୍ କ୍ଲଥ ସମେତ କିଛି ତଉଲିଆ ରହିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କଲେଜର ଅଧ୍ୟାପକ ନରେନ୍ଦ୍ର ଶତପଥୀ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ତେଲକୋଇ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। କଲେଜରେ ସିସି କ୍ୟାମେରା ଲାଗିଥିବା ବେଳେ କେଲେଜ୍ ଅଧ୍ୟକ୍ଷ ସିସି କ୍ୟାମେରାକୁ ଚାଲୁ କରିବା ପରିବର୍ତ୍ତେ ବନ୍ଦ କରି ରଖିଥିବା ଯୋଗୁଁ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇ ଚୋରି କରି ସହଜରେ ଖସି ପଲାଇଥିବା ଅଭିଯୋଗ ହୋଇଛି।

FacebookTwitterLinkedinWhatsapp
Exit mobile version