Site icon ଆଜିକାଲି

ରାଜ୍ୟରେ ଅଛନ୍ତି ୧୬ଲକ୍ଷ ୨୭ହଜାର ୯୩୨ ଭୂତ ରାସନ କାର୍ଡଧାରୀ

ଭୁବନେଶ୍ୱର: ରାଜ୍ୟରେ ଅଛନ୍ତି ୧୬ଲକ୍ଷ ୨୭ହଜାର ୯୩୨ ଭୂତ ରାସନ କାର୍ଡଧାରୀ । ବୁଧବାର ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ସରକାର କେୱାଇସି ଲାଗୁ କରୁଛନ୍ତି, ଯାହା ଦ୍ୱାରା ଅଯୋଗ୍ୟଙ୍କ ନାଁ ରାସନକାର୍ଡରୁ କଟିଯିବ । ସେପଟେ ବହୁ ଧନୀ ଲୋକ ରାସନ କାର୍ଡ ହାତେଇଛନ୍ତି । ପୂର୍ବ ସରକାର ସମୟରେ ଡିଲର ସବୁ ଖାଇ ଖୋଳ କରି ଦେଇଛନ୍ତି । ଯଦି ବର୍ତ୍ତମାନ ସେମିତି କେହି କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୋଟିଏ ପରିବାରରେ ବାପା ଓ ପୁଅ ଅଲଗା ରହୁଥିଲେ ଉଭୟଙ୍କୁ ରାସନକାର୍ଡ ମିଳିବ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି ।

Exit mobile version