Site icon ଆଜିକାଲି

ଆଗାମୀ ୨ଦିନ ରାଜ୍ୟର କିଛି ଜିଲାରେ ଘନକୁହୁଡ଼ିର ସମ୍ଭାବନା, ଏସ୍‌ଆରସିଙ୍କ ପକ୍ଷରୁ ଜିଲାପାଳ ଓ ଏସ୍‌ପିଙ୍କୁ ସତର୍କ

ଭୁବନେଶ୍ୱର : ଆଗାମୀ ୨ଦିନ ରାଜ୍ୟର କିଛି ଜିଲାରେ ଘନକୁହୁଡ଼ିର ସମ୍ଭାବନା । ଏସ୍‌ଆରସିଙ୍କ ପକ୍ଷରୁ ସମସ୍ତ ଜିଲାପାଳ ଓ ଏସ୍‌ପିମାନଙ୍କୁ ସତର୍କ କରାଯାଇଛି। ଘନ କୁହୁଡ଼ି ସମୟରେ ରାସ୍ତା ଦୁର୍ଘଟଣା ଏଡ଼ାଇବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ।

ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ କଟକ, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଓ ଢେଙ୍କାନାଳ ଆଦି ଜିଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେହିପରି ୧୬ ତାରିଖ ଗୁରୁବାର ରାତିରୁ ୧୭ ତାରିଖ ଶୁକ୍ରବାର ସକାଳ ସୁଦ୍ଧା କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ଓ ଗଞ୍ଜାମ ଜିଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

Exit mobile version